Categories: ଜାତୀୟ

ମୁଖ୍ୟ ସୂଚନା କମିଶନର ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଯଶବର୍ଦ୍ଧନ ସିହ୍ନା

ନୂଆଦିଲ୍ଲୀ,୭ା୧୧: ଯଶବର୍ଦ୍ଧନ କୁମାର ସିହ୍ନା ଦେଶର ନୂତନ ମୁଖ୍ୟ ସୂଚନା କମିଶନର (ସିଆଇସି) ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶନିବାର ରାଷ୍ଟ୍ରୀୟ ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସୂଚନା କମିଶନର ଯଶବର୍ଦ୍ଧନ ପୂର୍ବତନ ଭାରତୀୟ ବୈଦେଶିକ ସେବା ଅଧିକାରୀ ଥିଲେ। ବ୍ରିଟେନ ଏବଂ ଶ୍ରୀଲଙ୍କାରେ ଭାରତୀୟ ହାଇ କମିଶନର ଥିବା ଯଶବର୍ଦ୍ଧନ ଗତବର୍ଷ ଜାନୁୟାରୀ ୨ରେ ସୂଚନା କମିଶନର ହୋଇଥିଲେ। ସିଏମ୍‌ସି ଭାବରେ ବିମଲ ଜୁଲ୍‌କାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୬ରେ ସମାପ୍ତ ହୋଇଥିଲା। ସେବେଠାରୁ ଏହି ପଦବୀ ଖାଲି ଥିଲା। ୬୨ ବର୍ଷୀୟ ଯଶବର୍ଦ୍ଧନଙ୍କ କାର୍ଯ୍ୟକାଳ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ରହିବ।

Share