Categories: ଖେଳ

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି। ବର୍ତ୍ତମାନ ଭାରତୀୟ ଦଳର ଦ୍ୱିତୀୟ ଇନିଂସ ଚାଲିଛି। ପ୍ରଥମ ଇନିଂସରେ ୫୬ ରନ ସ୍କୋର କରିଥିବା ଯଶସ୍ବୀ ଜୟସ୍ବାଲ ଦ୍ୱିତୀୟ ଇନିଂସରେ ବିଶେଷ କିଛି କରିପାରି ନ ଥିଲେ। ସେ ୧୦ ରନ ସ୍କୋର କରିଥିଲେ। ତେବେ ମାତ୍ର ଏତିକି ରନ ସ୍କୋର କରିବା ସତ୍ତ୍ୱେ ଜୟସ୍ବାଲ ମହାନ ସୁନୀଲ ଗାଭାସ୍କରଙ୍କ ୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିଲେ। ଏହା ଜୟସ୍ବାଲଙ୍କ ଦଶମ ଟେଷ୍ଟ ଏବଂ ପ୍ରଥମ ୧୦ ଟେଷ୍ଟ ପରେ ସର୍ବାଧିକ ରନ୍‌ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି।
ପ୍ରଥମ ୧୦ ଟେଷ୍ଟରେ ୧୦୦୦ରୁ ଅଧିକ ରନ ସ୍କୋର କରିଥିବା ଜୟସ୍ବାଲ ହେଉଛନ୍ତି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ। ସେ ପ୍ରଥମ ୧୦ ଟେଷ୍ଟ ମ୍ୟାଚରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସର୍ବାଧିକ ରନ ସଂଗ୍ରହ କରିବାର ରେକର୍ଡ କରିଛନ୍ତି। ଗାଭାସ୍କରଙ୍କ ୯୭୮ ରନ ଅତିକ୍ରମ କରିଛି। ୧୦ଟି ଟେଷ୍ଟ ପରେ ଜୟସ୍ବାଲ ୧,୦୯୪ ରନ ସଂଗ୍ରହ କରିଛନ୍ତି। ପ୍ରଥମ ଇନିଂସରେ ୫୬ ରନ ସ୍କୋର କରିବା ପରେ ସେ ଦ୍ୱିତୀୟ ଇନିଂସରେ ମାତ୍ର ୧୦ ରନ ସଂଗ୍ରହ କରିଥିଲେ। ୧୯୭୩ରେ ଗାଭାସ୍କର ଏହି ରେକର୍ଡ ସୃଷ୍ଟି କରିଥିଲେ, ଯାହା ଏପର୍ଯ୍ୟନ୍ତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଭାଙ୍ଗି ପାରି ନ ଥିଲେ। ତେବେ ସାମଗ୍ରିକ ତାଲିକାରେ ଜୟସ୍ବାଲ ଚତୁର୍ଥ ସ୍ଥାନରେ ଅଛନ୍ତି। ତାଙ୍କଠାରୁ କେବଳ ଡନ ବ୍ରାଡମ୍ୟାନ (ଅଷ୍ଟ୍ରେଲିଆ), ଏଭର୍ଟନ ୱିକ୍ସ (ୱେଷ୍ଟଇଣ୍ଡିଜ) ଏବଂ ଜର୍ଜ ହାଡଲେ (ୱେଷ୍ଟଇଣ୍ଡିଜ) ଆଗରେ ଅଛନ୍ତି।

ଗତ ବର୍ଷ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରଠାରୁ ଜୟସ୍ବାଲ ଭାରତ ପାଇଁ ଅତୁଳନୀୟ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ସେ ୧୩ ଇନିଂସରେ ୮୦୬ ରନ ସଂଗ୍ରହ କରିଛନ୍ତି। ବ୍ୟାଟ ସହିତ ତାଙ୍କର କ୍ରମାଗତ ପ୍ରଦର୍ଶନ ତାଙ୍କୁ ୨୦୨୪ରେ ସମସ୍ତ ଫର୍ମାଟରେ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ଟପ ରନ ସ୍କୋରର କରିପାରିଛନ୍ତି। ଏପର୍ଯ୍ୟନ୍ତ ଜୟସ୍ବାଲ ନଅ ଟେଷ୍ଟର ୧୬ ଇନିଂସରେ ୬୮.୫୩ ହାରାହାରିରେ ୧୦୨୮ ରନ ସଂଗ୍ରହ କରି କରିଛନ୍ତି। ଏଥି ମଧ୍ୟରେ ୩ଟି ଶତକ ଏବଂ ଚାରି ଅର୍ଦ୍ଧଶତକ ସାମିଲ ଅଛି।

Share