Categories: ଖେଳ

ଯଶସ୍ବୀ ଜୟସ୍ବାଲଙ୍କ ବିସ୍ଫୋରକ ଶତକ: ନେପାଳକୁ ୨୦୩ ରନ୍‌ର ଟାର୍ଗେଟ୍‌

ହାଙ୍ଗଝୋ,୩।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଏବଂ ନେପାଳ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନେପାଳକୁ ୨୦୩ ରନ୍‌ର ଟାର୍ଗେଟ୍‌ ଦେଇଛି। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୨୦୨ ରନ୍‌ କରିଛି। ବାମହାତୀ ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଛନ୍ତି। ଜୟସ୍ବାଲ ୪୮ଟି ବଲରେ ନିଜର ଶତକ ପୂରଣ କରିଥିଲେ। ତାଙ୍କ ଶତକରେ ୮ ଚୌକା ଏବଂ ୭ ଛକା ସାମିଲ ଥିଲା। ଅନ୍ତର୍ଜାତୀୟ ଟି-୨୦ରେ ଏହା ଜୟସ୍ବାଲଙ୍କର ପ୍ରଥମ ଶତକ। ଭାରତୀୟ ବ୍ୟାଟ୍ସମ୍ୟାନ ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ସେ ୪୯ ବଲରେ ୧୦୦ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଅଧିନାୟକ ରୁଜୁରାଜ ଗାଏକ୍ୱାଡ ୨୫, ରିଙ୍କୁ ସିଂ ୩୭ ଏବଂ ଶିବମ ଦୁବେ ୨୫ କରିଥିଲେ।

Share