ଯଶୋବନ୍ତ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏଡିଜି

ଭୁବନେଶ୍ୱର, ୧୩ା୩(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଫିସର ଯଶୋବନ୍ତ ଜେଠ୍‌ୱାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନ ଆଇନ ଶୃଙ୍ଖଳା ଏଡିଜି ଥିବାବେଳେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ସମ୍ଭାଳିବେ। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସେ ଏହି ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ସୂଚନାଯୋଗ୍ୟ, ତାଙ୍କ ପୂର୍ବରୁ ଆଇପିଏସ୍‌ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ରାଇମବ୍ରାଞ୍ଚ ଏଡିଜି ଥିଲେ। ନିକଟରେ ସେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ କମିଶନର ଭାବେ ନୂଆ ନିଯୁକ୍ତି ପାଇବା ପରେ ଉକ୍ତ ପଦ ଖାଲି ପଡିଥିଲା।

Share