Categories: ଜାତୀୟ

ମମତାଙ୍କ ଶିବିରରେ ୟଶଓ୍ବନ୍ତ

କୋଲକାତା,୧୩।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ବହୁ ତୃଣମୂଳ କଂଗ୍ରେସ ନେତା ଭାଜପାରେ ଯୋଗଦେଇ ସାରିଛନ୍ତି। ତେବେ ଭାଜପାର ବରିଷ୍ଠ ନେତା ୟଶଓ୍ବନ୍ତ ସିହ୍ନା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶିବିରରେ ଶନିବାର ଯୋଗଦେଇଛନ୍ତି। କୋଲକାତାରେ ତୃଣମୂଳ କାର୍ଯ୍ୟାଳୟରେ ପହଞ୍ଚି ସେ ଦଳରେ ଯୋଗଦେଇଛନ୍ତି। ଦୀର୍ଘଦିନ ଧରି ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ୟଶଓ୍ବନ୍ତ ଅସନ୍ତୁଷ୍ଟ ଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟକରୁଥିଲେ। ଭାଜପାର କାର୍ଯ୍ୟଶୈଳୀକୁ ଲଗାତାର ବିରୋଧ କରୁଥିବା ୟଶଓ୍ବନ୍ତ ରାଜନୀତିରୁ ସନ୍ୟାସ ନେବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ସେ ମମତାଙ୍କ ଶିବିରରେ ଯୋଗଦେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି।

Share