Categories: ଜାତୀୟ

ଟିଏମ୍‌ସିରେ ଯୋଗଦେବା ପରେ ଯଶଓ୍ବନ୍ତ ଉଠାଇଲେ ଏହି ପ୍ରସଙ୍ଗ

କୋଲକାତା,୧୩।୩: ପଶ୍ଚିମବଙ୍ଗ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବରିଷ୍ଠ ଭାଜପା ନେତା ଯଶୱନ୍ତ ସିହ୍ନା ଶନିବାର ଟିଏମ୍‌ସିରେ ଯୋଗଦେଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ କାନ୍ଦାହାରକୁ ଅପହରଣ କରି ନିଆଯାଇଥିଲା। ଏନେଇ କ୍ୟାବିନେଟରେ ଏକ ଜରୁରୀ ବୈଠକ ହୋଇଥିଲା। ସେତିକିବେଳେ ବୈଠକରେ କ୍ୟାବିନେଟ ମନ୍ତ୍ରୀ ଥିବା ମମତା ବାନାର୍ଜୀ ଭାରତୀୟଙ୍କୁ ମୁକ୍ତ କରିବା ସର୍ତ୍ତରେ ନିଜକୁ ବନ୍ଧକ ଭାବେ ଯିବାକୁ ପ୍ରସ୍ତାବ ଦେଇଥିଲେ। ମମତା ସବୁବେଳେ ଲୋକଙ୍କ ହିତ ପାଇଁ ଚିନ୍ତା କରୁଥିବା ତାଙ୍କ ବକ୍ତବ୍ୟରେ ଯଶୱନ୍ତ କହିଥିଲେ।

Share