Categories: ଜାତୀୟ

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଯଶଓ୍ବନ୍ତ

ନୂଆଦିଲ୍ଲୀ,୨୧।୭: ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କ ଐତିହାସିକ ବିଜୟ ପାଇଁ ଯଶଓ୍ବନ୍ତ ଟୁଇଟ କରି ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଏବଂ ପ୍ରତ୍ୟେକ ଭାରତୀୟ ଆଶା କରୁଛି ଯେ, ୧୫ତମ ରାଷ୍ଟ୍ରପତି ଭାବେ ସେ କୌଣସି ଭୟ କିମ୍ବା ପକ୍ଷପାତିତା ନ କରି ସମ୍ବିଧାନର ରକ୍ଷକ ଭାବେ କାର୍ଯ୍ୟ କରିବେ। ମୁଁ ଦେଶବାସୀଙ୍କ ସହିତ ତାଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସିହ୍ନା କହିଛନ୍ତି।

Share