Categories: ଜାତୀୟ

ମୋଦି, ରାଜନାଥଙ୍କୁ ସମର୍ଥନ ମାଗିଲେ ଯଶବନ୍ତ

ନୂଆଦିଲ୍ଲୀ,୨୫।୬: ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମର୍ଥନ ଲୋଡ଼ିଛନ୍ତି। ଉଭୟଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଯଶବନ୍ତ ସିହ୍ନା । ଜୁଲାଇ ୨୭ ତାରିଖରେ ଯଶବନ୍ତ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ। ଏହାପୂର୍ବରୁ ପ୍ରତ୍ୟେକ ନେତାଙ୍କୁ ଭେଟି ସମର୍ଥନ ଲୋଡ଼ିବା ଆରମ୍ଭ କରିଛନ୍ତି । ଏହା ସହ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ମଧ୍ୟ ଫୋନ ଯୋଗେ କଥା ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ ସିହ୍ନା ଶୁକ୍ରବାରଠାରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ କ୍ୟାମ୍ପେନ ଆରମ୍ଭ କରିବେ ବୋଲି ଆଲୋଚନା ହେଉଥିଲା

Share