Categories: ଜାତୀୟ

ଯଶବନ୍ତ ସିହ୍ନା ହୋଇପାରନ୍ତି ରାଷ୍ଟ୍ରପତି ପ୍ରାର୍ଥୀ!

ନୂଆଦିଲ୍ଲୀ,୨୧।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇପଡିଛି। ଏଭଳି ପରିସ୍ଥିତିରେ ବିରୋଧୀ ତଥା ଶାସକ ଭାଜପା ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ସମସ୍ତଙ୍କ ନଜର ରହିଛି। ଭାଜପା ପକ୍ଷରୁ ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଚାଲିଛି। ବିରୋଧୀ ଦଳ ପକ୍ଷରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ସେ ପ୍ରାର୍ଥୀ ହେବା ସପକ୍ଷରେ ୧୯ ଦଳ ରହିଛନ୍ତି। ତାଙ୍କ ଏକ ଟୁଇଟ ରାଷ୍ଟ୍ରପତି ନିର୍ବାଚନ ସେ ପ୍ରାର୍ଥୀ ହେବା ନେଇ ସସ୍ପେନ୍ସ ବଢାଇଦେଇଛି। ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, ଟିଏମସି ମୋତେ ସମ୍ମାନ ଓ ପ୍ରତିଷ୍ଠା ଦେଇଛି। ଏଥିପାଇଁ ମୁଁ ମମତା ବାନାର୍ଜୀଙ୍କ ନିକଟରେ କୃତଜ୍ଞ। ବର୍ତ୍ତମାନ ସମୟ ଆସିଛି ମୁଁ ପାର୍ଟି ରାଜନୀତିରୁ ବାହାରକୁ ଆସି ଦେଶ ନିମନ୍ତେ କାମ କରିବା ଆବଶ୍ୟକ। ମୁଁ ନିଶ୍ଚିତ ଯେ ଦଳ ମୋର ପଦକ୍ଷେପ ଗ୍ରହଣ କରିବ। ତାଙ୍କ ଟୁଇଟ୍‌ ପରେ ସେ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଆଶା କରାଯାଉଛି।
ଯଶବନ୍ତ ସିହ୍ନା ଅଟଳ ବିହାରୀ ସରକାରରେ ଜଣେ ମନ୍ତ୍ରୀ ଥିଲେ। ଗତ ବର୍ଷ ଭାଜପା ଛାଡି ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ରାଷ୍ଟପତି ନିର୍ବାଚନକୁ ନେଇ ବିରୋଧୀ ଦଳ ପକ୍ଷରୁ ଆଜି ଏକ ବୈଠକ ବସିବ। ଏଥିରେ ଯଶବନ୍ତ ସିହ୍ନାଙ୍କ ନାଁ ଘୋଷଣା କରାଯିବାର ସମ୍ଭାବନା ରହିଛି।

Share