Categories: ଜାତୀୟ

ଟିଏମ୍‌ସିରୁ ଇସ୍ତଫା ଦେଲେ ଯଶବନ୍ତ

ନୂଆଦିଲ୍ଲୀ,୨୧।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ହେବାରେ ଲାଗିଛି। ଭାଜପା ଓ ବିରୋଧୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ବିରୋଧୀ ଦଳ ଲଗାତର ବୈଠକ କରୁଥିବା ବେଳେ ପ୍ରାର୍ଥୀକୁ ନେଇ ମନ୍ଥନ ଜାରି ରହିଛି। ଇତିମଧ୍ୟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନେତା ଯଶବନ୍ତ ସିହ୍ନା ମଙ୍ଗଳବାର ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ ସେ ବୃହତ ବିରୋଧି ଏକତାର ରାଷ୍ଟ୍ରୀୟ ଉଦ୍ଦେଶ୍ୟ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିହ୍ନାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଚୟନ କରିବେ ବୋଲି ଗତ କିଛି ଦିନ ଧରି ଚର୍ଚ୍ଚା ଚାଲିଛି। ଏହା ପୂର୍ବରୁ କରାଯାଇଥିବା ସିହ୍ନାଙ୍କ ଟୁଇଟ ଏବଂ ଏବେ ଦଳ ଛାଡ଼ିବା ଆହୁରି ସସ୍‌ପେନ୍ସକୁ ବଢ଼ାଇ ଦେଇଛି। ପୂର୍ବରୁ ସେ ଟୁଇଟ କରିଥିଲେ ଯେ, ଟିଏମ୍‌ସିରେ ମୋତେ ଦିଆଯାଇଥିବା ସମ୍ମାନ ପାଇଁ ମମତାଙ୍କୁ କୃତଜ୍ଞତା ଜଣାଉଛି। ବର୍ତ୍ତମାନ ସମୟ ଆସିଛି ବିରୋଧୀ ଏକତାର ବ୍ୟାପକ ଜାତୀୟ ଉଦ୍ଦେଶ୍ୟ ପାଇଁ ଦଳରୁ ମୋତେ ଦୂରେଇ ଯିବାକୁ ପଡିବ। ମୁଁ ନିଶ୍ଚିତ ଯେ ମମତା ଏହାକୁ ଅନୁମତି ଦେବେ ବୋଲି ଯଶବନ୍ତ କହିଛନ୍ତି।

Share