ନୂଆଦିଲ୍ଲୀ/ଭୁବନେଶ୍ୱର,୬।୭(ବ୍ୟୁରୋ): ଆସନ୍ତା ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଅବସରରେ ବୁଧବାର ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଓଡ଼ିଶା ଆସିବେ। ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଥିବା ଭୋଟରଙ୍କୁ ଭେଟି ନିଜ ସପକ୍ଷରେ ମତ ଦେବା ପାଇଁ ଅନୁରୋଧ କରିବେ ସିହ୍ନା।
ଅନ୍ୟପଟେ, ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ। ବିଜେଡିର ଏମ୍ପି ଏବଂ ବିଧାୟକମାନଙ୍କୁ ଭେଟି ଦ୍ରୌପଦୀ ସମର୍ଥନ ମାଗିବେ । ଏଥିପାଇଁ ସମସ୍ତ ଏମ୍ପି ଓ ବିଧାୟକମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।