Categories: ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ୟାସିନ ମଲିକ

ନୂଆଦିଲ୍ଲୀ,୨୭ ।୭: ତିହାର ଜେଲରେ ବନ୍ଦ ଥିବା ଜମ୍ମୁ-କଶ୍ମୀର ଲିବରେଶନ ଫ୍ରଣ୍ଟର ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ବୁଧବାର ଜେଲ ପ୍ରଶାସନ ତାଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲଷର ଭର୍ତ୍ତି କରିଛନ୍ତି । ରକ୍ତଚାପ କମବେଶୀ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୟାସିମ ତିହାର ଜେଲରେ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି ।

ସୂଚନାଯୋଗ୍ୟ, ଆତଙ୍କବାଦୀ ସଙ୍ଗଠନ ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟ(ଜେକେଏଲଏଫ)ର ମୁଖ୍ୟ ୟାସିନ ମଲିକ ଶୁକ୍ରବାରଠାରୁ ତିହାର ଜେଲରେ ହଙ୍ଗର ଷ୍ଟ୍ରାଇକ ଆରମ୍ଭ କରି ଦେଇଛନ୍ତି । ଜେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୟାସିନ ଦାବି କରିଛନ୍ତି ଯେ ତାଙ୍କ ବିରାଧରେ ବିଚାରାଧିନ ମାମଲାର ସଠିକ୍ ଯାଞ୍ଚ କରାଯାଉ । ଏବେ ପର୍ଯ୍ୟନ୍ତ ତିହାର ଜେଲରେ ତାଙ୍କୁ କେବଳ ତରଳ ଖାଦ୍ୟ ଦିଆଯାଉଥିଲା । ରୁବେୟା ସଇଦ ଅପହରଣ ମାମଲାରେ ଅଭିଯୁକ୍ତ ମଲିକ ଶୁଣାଣି ପାଇଁ ଜମ୍ମୁର ଏକ କୋର୍ଟରେ ଶାରିରୀକ ଭାବେ ଉପସ୍ଥିତ ହେବାକୁ ଅନୁମତି ମାଗିଥିଲେ । ହେଲେ କେନ୍ଦ୍ର ସରକାର ଏହା ଉପରେ କୌଣସି ଜବାବ ଦେଇ ନ ଥିଲେ । ଏହାର ବିରୋଧ କରି ୟାସିନ ମଲିକ ହଙ୍ଗର ଷ୍ଟ୍ରାଇକ ଆରମ୍ଭ କରିଦେଇଥିଲେ ।

Share