ନୂଆଦିଲ୍ଲୀ,୧୨।୬: ସୌରଭ ଗାଙ୍ଗୁଲି ଜଣେ ନମ୍ର ବ୍ୟକ୍ତି। ବ୍ୟସ୍ତବହୁଳ ଜୀବନଶୈଳୀ ସତ୍ତ୍ୱେ ବିବାହରେ ଯୋଗ ଦେଇଥିଲେ । ହେଲେ ଅନେକ ପ୍ରଶଂସକ ଏ ବିଷୟରେ ଜାଣିଥିବେ ବୋଲି ମୁଁ ଭାବୁନାହିଁ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ୟାସିର ଆରାଫାଟ।
ଏକ ସାକ୍ଷାତକାରରେ ୟାସିର କହିଛନ୍ତି, ମୁଁ ଅନେକ କ୍ରିକେଟରଙ୍କୁ ନିମନ୍ତ୍ରଣ କରିଥିଲି। ହେଲେ ସମସ୍ତେ ଆସି ନ ଥିଲେ। ମୁଁ ଗାଙ୍ଗୁଲିଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲି। ହେଲେ ସେ ଆସିଥିଲେ। ସେତେବେଳେ ସେ ବ୍ୟସ୍ତ ରହୁଥିଲେ। ତଥାପି ସେ ମୋ ବିବାହରେ ସାମିଲ ହୋଇଥିଲେ ବୋଲି ୟାସିର କହିଛନ୍ତି।
ପ୍ରକାଶ ଯେ, ୨୦୦୯ ଟି୨୦ ବିଶ୍ୱକପ୍ ବିଜେତା ଟିମ୍ର ସନସ୍ୟ ଥିଲେ ୟାସିର। ସେ ୩ଟି ଦିନିକିଆ, ୩ ଟେଷ୍ଟ ଏବଂ ୧୩ ଟି୨୦ ମ୍ୟାଚ୍ ଖେଳିଥିଲେ। ୨୦୦୦ରେ ସେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିବା ବେଳେ ୨୦୧୨ରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।