Categories: ଅନୁଗୋଳ

ଯସ୍ମିତା, ସରୋଜିନୀ ବିଜୟୀ

ବଅଁରପାଳ/ କଣିହାଁ,୨୯।୫(ଡି.ଏନ.ଏ.): ବଅଁରପାଳ ବ୍ଲକ ସାନ କେରେଜଙ୍ଗ ପଞ୍ଚାୟତରେ ଶୁକ୍ରବାର ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସମିତି ସଭ୍ୟ ଭାବେ ଯସ୍ମିତା ପ୍ରଧାନ ବିଜୟୀ ହୋଇଛନ୍ତି। ପଞ୍ଚାୟତର ମୋଟ୍‌ ୩୫୪୦ ଜଣ ଭୋଟରଙ୍କ ମଧ୍ୟରୁ ୨୫୪୮ ଜଣ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଶନିବାର ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ହୋଇଥିଲା। ଏଥିରେ ଯସ୍ମିତା ପ୍ରଧାନଙ୍କୁ ୧୭୫୨ ଖଣ୍ଡ ଭୋଟ ମିଳିଥିବା ବେଳେ ଅନ୍ୟତମ ପ୍ରାର୍ଥିନୀ ରୀନା ପ୍ରଧାନ ୭୫୩ ଖଣ୍ଡ ଭୋଟ ପାଇଥିଲେ। ୪୨ ଭୋଟ ନାକାଚ ହୋଇଯାଇଥିଲା। ପ୍ରକାଶଥାଉ କି, ଗତ ପଞ୍ଚାୟତ ନିର୍ବାଚନ ବେଳେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିବା ନମିତା ନାୟକଙ୍କ ମୃତ୍ୟୁ ହୋଇଯିବା ଯୋଗୁ ସାନକେରେଜଙ୍ଗ ପଞ୍ଚାୟତର ସମିତି ସଭ୍ୟ ନିର୍ବାଚନ ସ୍ଥଗିତ ରହିଥିଲା। ସେହିପରି କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଗୁଣ୍ଡୁରୀ ଗ୍ରାମ ୧୩ ନମ୍ବର ଓ୍ବାର୍ଡରେ ଶୁକ୍ରବାର ଓ୍ବାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶନିବାର ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ପରେ ପ୍ରାର୍ଥିନୀ ସରୋଜିନୀ ନାଏକ ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ ଗତ ପଞ୍ଚାୟତ ନିର୍ବାଚନ ବେଳେ ଏହି ଓ୍ବାର୍ଡର ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯିବାରୁ ଏଠାରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।