ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି ୟାସ୍‌ : ପାରାଦୀପ ଠାରୁ ୨୮୦ କିମି ଦୂରରେ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବଙ୍ଗୋପସାଗରରେ ୟାସ୍‌ ଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି। ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ପାରାଦୀପ ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୨୮୦ କିମି ଦୂରରେ ରହିଛି। ବାଲେଶ୍ୱର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୮୦ କିମି ଦୂରରେ ଅଛି ବାତ୍ୟା। ଦୀଘା ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୭୦ କିମି ଦୂରରେ ୟାସ୍‌ ରହିଥିବା ସୂଚନା ମିଳିଛି।

Share