‘ୟାସ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୯ଟାରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଇଏମ୍‌ଡି ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ମଧ୍ୟ ଭଦ୍ରକର ଧାମରାରୁ ୪୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍‌। ପଶ୍ଚିମବଙ୍ଗର ଦୀଘାଠାରୁ ୭୦ କିଲୋମିଟର ଦୂରରେ ଥିବା ବେଳେ ବାଲେଶ୍ବରରୁ ୫୦ କିଲୋମିଟର ଦୂରରେ ରହିଛି। ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ‘ୟାସ୍‌’।

ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବ । ଏହାଠାରୁ ଅଧିକ ବେଗରେ ପବନ ହେବନାହିଁ ବୋଲି ଆଇଏମ୍‌ଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମଧ୍ୟାହ୍ନ ସୁଦ୍ଧା ଏହା ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ଦେଇ ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍‌ ଚାଲିଥିବାରୁ ସମୁଦ୍ର ଜୁଆର ଉଠିବାର ଆଶଙ୍କା ରହିଛି। ଏହି ସମୟରେ କେହି ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

Share