ଶାକାହାରୀ କୁମ୍ଭୀର ବବିୟାର ମୃତ୍ୟୁ ପରେ ମନ୍ଦିର ପୋଖରୀରେ ଦେଖାଗଲା ଆଉ ଏକ କୁମ୍ଭୀର, ଲୋକେ କହିଲେ ବବିୟାର ଅବତାର

କାସରଗୋଡ,୧୫।୧୧: ଏଇଟା ଚମତ୍କାର ନା ଅବତାର କହିଲେ ଅତ୍ୟୁକ୍ତି ହେବନାହିଁ। କେରଳର କାସରଗୋଡ ସ୍ଥିତ ଶ୍ରୀ ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିର ପୋଖରୀରେ ଥିବା ଶାକାହାରୀ କୁମ୍ଭୀର ବବିୟାର ଗଲାବର୍ଷ ମୃତ୍ୟୁବରେ ପୋଖରୀରେ ପୁଣି ଏକ କୁମ୍ଭୀରକୁ ଦେଖିବାକୁ ମିଳିଛି। ଏହି ପୋଖରୀରେ ରହୁଥିବା ଏବଂ ମନ୍ଦିର ପରିସରରେ ବିଚରଣ କରୁଥିବା ଏକମାତ୍ର ମାଈ କୁମ୍ଭୀର ବବିୟାର ବବିୟା ସମ୍ପୂର୍ଣ୍ଣ ରୂପେ ଶାକାହାରୀ ଥିଲା ବୋଲି ଖୋଦ ମନ୍ଦିର ପୂଜକ ସହ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଦାବି କରନ୍ତି ।
ତେବେ ନିକଟରେ ପୋଖରୀରେ ଆଉ ନୂଆ କୁମ୍ଭୀରକୁ ଦେଖି ଲୋକେ ଏହାକୁ ଚମତ୍କାର ବୋଲି କହୁଛନ୍ତି। କାରଣ ଏହି ପୋଖରୀରେ ସବୁବେଳେ ଗୋଟିଏ କୁମ୍ଭୀର ବବିୟା ହିଁ ରହିଥାଏ। ତେବେ କିଛି ଶ୍ରଦ୍ଧାଳୁ ଏହାକୁ ବବିୟାର ନୂଆ ଅବତାର ବୋଲି କହୁଛନ୍ତି ।


ମନ୍ଦିରନ୍ଦି ଅଧିକାରୀଙ୍କ ଅନୁସାରେ, ୨୦୨୨ ଅକ୍ଟୋବର ୯ରେ ବବିୟାର ମୃତ୍ୟୁ ହୋଇଥିଲା। କିନ୍ତୁ ଏଇ କିଛିଦିନ ମଧ୍ୟରେ ୪ର୍ଥ ଥର ପାଇଁ ଏହି କୁମ୍ଭୀରକୁ ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହା କି, ଗୋଟିଏ କୁମ୍ଭୀରର ମୃତ୍ୟୁ ପରେ ଆଉ ଏକ କୁମ୍ଭୀର ମନ୍ଦିର ପୋଖରୀରେ ପ୍ରକଟ ହୁଏ ବୋଲି ମନ୍ଦିରର ୱେବସାଇଟ କହିଛି। କିନ୍ତୁ ଏହାର ସ୍ପଷ୍ଟତା ଏଯାଏଁ ଜଣାପଡି ନାହିଁ।

Share