ବର୍ଷେ ବିତିଗଲା: ହେଲେ ଆଜିବି ମନେ ପଡ଼ନ୍ତି ରାଇମୋହନ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ‘ଏ ଅନାନି’ ବର୍ଷେ ହେଲା ଏ ଡାଇଲଗର ଅସଲି ସ୍ବର ନୀରବି ଗଲାଣି। ପଳାଶୁଣୀ ପ୍ରାଚୀବିହାରସ୍ଥିତ ଉଦୟ-ପୂର’ରେ ଆଉ ଦେଖିବାକୁ ମିଳୁନି ତାଙ୍କୁ । ଆଜିବି ‘ଏ ଅନାନି’ ଡାଇଲଗର ଶୁଣିଲେ ମନେ ପଡ଼ନ୍ତି ରାଇ ଭାଇ।
ରାଇମୋହନ ପରିଡ଼ାଙ୍କୁ ଆଜିବି ମନେ ପକାନ୍ତି ଓଡ଼ିଶାବାସୀ।
ଗତବର୍ଷ ଜୁନ ୨୪ ତାରିଖ ଆଜିର ଦିନ ସମୟ ପାଖାପାଖି ପାଖାପାଖି ୧୨ଟାରେ ତାଙ୍କ ମୃତ୍ୟୁର ଦୁଃଖଦ ଖବର ଶୁଣିବାକୁ ମିଳିଥିଲା। ୫୯ ବର୍ଷରେ ନିଜ ଘରେ ଝୁଲିପଡ଼ିଥିଲେ ରାଇମୋହନ । ସେଦିନ ସକାଳୁ ରାଇମୋହନ ନିଜ ବୁଲେଟ (ଓଡି୩୩ଏଏ ୮୯୭୯) ଯୋଗେ ପଳାଶୁଣି କେନାଲ ପାଖ ମାର୍କେଟରୁ ପରିବା କିଣି ଘରକୁ ଆଣିଥିଲେ। ଡ୍ରାଇଭର ସହ ହସଖୁସିରେ କଥା ହୋଇଥିଲେ। ସାନ ଝିଅ କଲେଜକୁ ଗଲେ । ସକାଳ ପରେ ସ୍ତ୍ରୀ ଓ ବଡ଼ ଝିଅ କଟକ ଅଭିମୁଖେ ବାହାରିଗଲେ । ସକାଳ ୧୧ଟା ୧୬ ମିନିଟ୍‌ରେ ତାଙ୍କ ୨ ଝିଅଙ୍କ ମୋବାଇଲକୁ ‘ବାଏ’ ମେସେଜ କଲେ । ଆଉ ଝୁଲିପଡି଼ଲେ । ହେଲେ ଏବେବି ରହସ୍ୟ ଘେରରେ ରହିଛି ତାଙ୍କ ଆତ୍ମହତ୍ୟା କାରଣ।

Share