ମୁମ୍ବାଇ: ସମଗ୍ର ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଜାରି ରହିଥିବା ଲକ୍ଡାଉନ ପରେ ବି ମନୋରଞ୍ଜନ ଜଗତର କେତେକ ସେଲିବ୍ରିଟି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇସାରିଛନ୍ତି। ଇତିମଧ୍ୟରେ ଲୋକପ୍ରିୟ ଟିଭି ସିରିୟଲ୍ ‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଅଭିନେତା ସଚିନ ତ୍ୟାଗି ଓ କିଛି କ୍ର୍ୟୁ ମେମ୍ବର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ସେଟ୍ରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ଶୋ’ର ଶୁଟିଂକୁ ବନ୍ଦ କରାଯାଇଛି। ସୂଚନାଯୋଗ୍ୟ, ନିକଟରେ ସଚିନଙ୍କୁ ଜ୍ୱର ହେବା ସହ ତାଙ୍କ ନିକଟରେ ସାମାନ୍ୟ କରୋନା ଲକ୍ଷଣ ଦେଖାଦେଇଥିଲା। ଏହାପରେ ସେ ନିଜର ରକ୍ତ ନମୁନା ପରୀକ୍ଷା କରାଇଥିଲେ। ତେବେ ଫିଲ୍ମସିଟିରେ ଉକ୍ତ ଶୋ’ର ଶୁଟିଂ ଚାଲୁଥିବା ବେଳେ ସଚିନଙ୍କ କରୋନା ପଜିଟିଭ୍ ରିପୋର୍ଟ ଖବର ଆସିଥିଲା। ଏହାପରେ ଶୁଟିଂକୁ ବନ୍ଦ କରାଯାଇ ସମସ୍ତ ସଦସ୍ୟଙ୍କ ଯାଞ୍ଚ କରାଯାଇଛି। ତେବେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର ଯାଞ୍ଚ କରାଇ ନିଅନ୍ତୁ ବୋଲି ସଚିନ ପରାମର୍ଶ ଦେଇଛନ୍ତି।
Posted inକରୋନା ଭାଇରସ୍, ମନୋରଞ୍ଜନ