ବିଲରୁ ହଳଦିଆ କଇଁଛ ଉଦ୍ଧାର

ଖଇରା, ୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ବରପଦା ଗ୍ରାମ ନିକଟସ୍ଥ ଧାନବିଲରୁ ଏକ ହଳଦିଆ ରଙ୍ଗର କଇଁଛ ଉଦ୍ଧାର କରାଯାଇଛି। ପରେ ଏହାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ପ୍ରଦୀପ କୁମାର ସାହୁ ମଙ୍ଗଳବାର ଜମିରେ କାମ କରୁଥିବା ବେଳେ ଏହି କଇଁଛକୁ ଦେଖି ସମିତିସଭ୍ୟ ମନୋଜ କୁମାର ରାଉତଙ୍କୁ ଖବର ଦେଇଥିଲେ। ସମିତିସଭ୍ୟ ବନ ବିଭାଗକୁ ଅବଗତ କରାଇଥିଲେ। ଏହି ବିରଳ ପ୍ରଜାତିର କଇଁଛ ଦେଖିବାକୁ ଲୋକ ଭିଡ ଜମାଇଥିଲେ।

Share