Categories: ରାଜ୍ୟ

୧୨ ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ, ୨ ଦିନ ପରେ ବଢିବ ଶୀତ

ଭୁବନେଶ୍ୱର,୨୪।୧: ଓଡ଼ିଶା ଉପରେ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ରାଜ୍ୟକୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ କୋହଲା ପାଗ ଅନୁଭୂତ ହେଉଛି ।

ଗୁରୁଚାପ ବଳୟ ଅଧିକ ସକ୍ରିୟ ରହିବା କାରଣରୁ ଉପକୂଳ, ଜିଲ୍ଲାଗୁଡ଼ିକ ସହିତ ପଶ୍ଚିମ ଓଡ଼ିଶାର ନୂଆପଡା, ବଲାଙ୍ଗିର, ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ଆଜି ବର୍ଷାର ପ୍ରଭାବ ରହିବ । ଆସନ୍ତା ୨ ଦିନ ପରେ ରାତି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବାରୁ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଏହାସହ ଘନ କୁହୁଡ଼ି ନେଇ ୧୨ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗିର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼ରେ ଘନ କୁହୁଡିର ସମ୍ଭାବନା ରହିଛି।

Share