Categories: ଜାତୀୟ

ରାଜଧାନୀରେ ୟେଲୋ ଓ୍ବାର୍ନିଂ

ନୂଆଦିଲ୍ଲୀ,୨୮।୧୨: ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ଦିନକୁ ଦିନ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ହୋଇଛି ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବରିଷ୍ଠ ଅଧିକାରୀଙ୍କ ସହ ମଙ୍ଗଳବାର ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ କୋଭିଡ୍‌ର ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ତେବେ ଏହି ବୈଠକରେ ୟେଲୋ ଆଲର୍ଟ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି।

ରାତି ୧୦ ଟାରୁ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଏହା ବ୍ୟତୀତ, ଅଡ ଇଭେନ ଅନୁଯାୟୀ ଦୋକାନଗୁଡିକ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିରେ ଅତ୍ୟାବଶ୍ୟକ ସେବା କିମ୍ବା ସାମଗ୍ରୀ ସହିତ ଦୋକାନ ଏବଂ ମଲ ଅନ୍ତର୍ଭୁକ୍ତ ରହିବ। ଏଥି ସହିତ ୫୦% କ୍ଷମତା ସହିତ ରେଷ୍ଟୁରାଣ୍ଟ ଖୋଲାଯିବ। ସେହିପରି ପୁଣି ଥରେ ସିନେମା ହଲ, ମଲ୍ଟିପ୍ଲେକ୍ସ ବନ୍ଦ ରହିବ।

 

Share