୧୮ ଜିଲାକୁ ୟେଲୋ ୱାର୍ନିଂ: ରବିବାର ସକାଳଯାଏ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ଓଡ଼ିଶାର ୧୮ଟି ଜିଲାକୁ ବଜ୍ରପାତ ସହ ବର୍ଷା ହେବା ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ ରାୟଗଡ଼ା ଜିଲାରେ ବଜ୍ରପାତ ହେବା ସହ ବର୍ଷା ହେବ। ସଂପୃକ୍ତ ଜିଲାବାସୀଙ୍କୁ ରବିବାର ସକାଳଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ବାତ୍ୟା ୟାସ୍‌ ଆସିବା ପୂର୍ବରୁ ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହେଉଛି। ଶୁକ୍ରବାର ବାଲେଶ୍ୱର, କେନ୍ଦୁଝର, ଗଞ୍ଜାମ ସମେତ ରାଜଧାନୀ ଭୁବନେଶ୍ୱରର କେତେକ ସ୍ଥାନରେ ବର୍ଷା ହୋଇଥିଲା।

Share