ସୌଦି ଅରବ ତେଲ ଡିପୋରେ ହାଉଦି ବିଦ୍ରୋହୀଙ୍କ ଆକ୍ରମଣ

ରିୟାଦ,୨୬ ।୩: ୟମନର ହାଉଦି ବିଦ୍ରୋହୀ ସୌଦି ଅରବର ଜେଦ୍ଦା ସହରରେ ଫର୍ମୁଲା ୱାନ ରେସ ପୂର୍ବରୁ ଶୁକ୍ରବାର ଏକ ତେଲ ଡିପୋ ଉପରେ ଆକ୍ରମଣ କରିଛନ୍ତି । ଏହା ହାଉଦି ବିଦ୍ରୋହୀଙ୍କ ଏପର୍ଯ୍ୟନ୍ତ କରାଯାଇଥିବା ସବୁଠାରୁ ବଡ ହାଇ ପ୍ରୋଫାଇଲ ଆକ୍ରମଣ । ହେଲେ ସୌଦି ଅରବ ଅଧିକାରମାନେ ସୂଚନା ଦେଇଛନ୍ତି କି ଆଗାମୀ ଫର୍ମୁଲା ୱାନ ରେସ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ହେବ । ତେବେ ନିକଟରେ ଯେଉଁ ତେଲ ଡିପୋକୁ ହାଉଦି ବିଦ୍ରୋହୀମାନେ ଟାର୍ଗେଟ କରିଥିଲେ ଏବେ ସେହି ଡିପୋ ଉପରେ ଆକ୍ରମଣ କରାଯାଇଛି । ଏଥିରେ କେହି ମୃତାହତ ହୋଇ ନ ଥିବା କୁହାଯାଉଛି । ତେବେ ‘ସୌଦି ଅରବ ଅଏଲ କୋ’ ଯାହା ସୌଦି ଅରାମକୋ ବୋଲି କୁହାଯାଏ ସେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଟିପ୍ପଣି ଦେଇନାହିଁ ।

Share