Categories: ବାଣିଜ୍ୟ

ୟେସ୍‌ ୱାଲର୍‌ଡର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୯।୧: ଅନ୍ତଃରାଷ୍ଟ୍ରୀୟ କ୍ଲାଇମେଟ୍‌ ଟେକ୍‌ କମ୍ପାନୀ ୟେସ୍‌ ୱାଲର୍‌ଡ୍‌ କ୍ଲାଇମେଟ୍‌ ଟେକ୍‌ ପିଟିଇ ଲିଃ.ର ନୂତନ ଉତ୍ପାଦ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷ କରି ଘରର ଝରକାଗୁଡିକ ପାଇଁ ବିଶ୍ୱର ପ୍ରଥମ ଶକ୍ତି ଦକ୍ଷ ଗ୍ଲାସ୍‌ ସଲ୍ୟୁଶନର ଶୁଭାରମ୍ଭ କରାଯାଇଛି। ୟେସ୍‌ ୱାର୍ଲଡ ଆମ ପୃଥିବୀକୁ ଗ୍ଲୋବାଲ ୱାର୍ମିଙ୍ଗର ସବୁଠାରୁ ବଡ ସମସ୍ୟାରୁ ସୁରକ୍ଷିତ ରଖିବା ପାଇଁ କ୍ଲାଇମେଟ୍‌ ଟେକ୍ନୋଲୋଜି କ୍ଷେତ୍ରରେ କାର୍ଯ୍ୟ କରୁଛି।

ବୈଜ୍ଞାନିକଙ୍କ ମତରେ ଏହି ବୈପ୍ଳବିକ ଉତ୍ପାଦ ସୂର୍ଯ୍ୟଠାରୁ ଆସୁଥିବା ଉତ୍ତାପକୁ ୮୫% ଯାଏ ହ୍ରାସ କରିଥାଏ। ଏ ସମ୍ପର୍କରେ ୟେସ୍‌ ୱାଲର୍‌ଡ୍‌ର ସିଇଓ ଏବଂ ସେଭ୍‌ ଆର୍ଥ ଆକ୍ଟିଭିଷ୍ଟ ଡ. ସନ୍ଦୀପ ଚୌଧୁରୀ କହିଛନ୍ତି, ୟେସ୍‌ ୱାର୍ଲଡର ୱିଣ୍ଡୋଜ୍‌ ସଲ୍ୟୁଶନର ଫଳାଫଳ ଚମତ୍କାର ଅଟେ। ଏହା ସୂର୍ଯ୍ୟର ଉତ୍ତାପକୁ ୮୫% ଯାଏ ବ୍ଲକ୍‌ କରିବା ସହ ସୂର୍ଯ୍ୟଠାରୁ ଆସୁଥିବା କ୍ଷତିକାରକ ଅତିବାଇଗଣୀ ରଶ୍ମିକୁ ମଧ୍ୟ ୯୨% ଯାଏ ହ୍ରାସ କରୁଛି। ଫଳରେ ୟେସ୍‌ ୱାଲର୍‌ଡ୍‌ର ୱିଣ୍ଡୋଜ୍‌ ସଲ୍ୟୁଶନ ଇନ୍‌ଷ୍ଟଲ ହୋଇଥିବା ସ୍ଥାନଗୁଡିକରେ ବିଦ୍ୟୁତ୍‌ ବିଲ୍‌ ଉପରେ ୫୦% ଯାଏ ସଞ୍ଚୟ କରାଯାଇପାରୁଛି। ଅପରପକ୍ଷରେ କମ୍ପାନୀ ଖୁବଶୀଘ୍ର ବିଶ୍ୱବ୍ୟାପୀ ଏହି ୱିଣ୍ଡୋଜ୍‌ ସଲ୍ୟୁଶନର ଇନ୍‌ଷ୍ଟଲେଶନ ଆରମ୍ଭ କରିବାକୁ ଯାଉଛି।

Share