କାଲି ମାନିଲା, ଆଜି ଆକ୍ରମଣ

ଜେରୁଜେଲମ୍‌,୧୦ା୧୧: ଗୁରୁବାର ୪ ଘଣ୍ଟା ଅସ୍ତ୍ରବିରତି ପାଇଁ ଇସ୍ରାଏଲ ରାଜି ହୋଇଥିବା ବେଳେ ଶୁକ୍ରବାର ଅତି କମ୍‌ରେ ୩ଟି ଡାକ୍ତରଖାନା ଉପରେ ଆକ୍ରମଣ କରିଛି। ଗାଜାର ଜଣେ ଅଧିକାରୀ କହିଛନ୍ତି ଆଜି ଇସ୍ରାଏଲ ତିନୋଟି ଡାକ୍ତରଖାନା ଉପରେ ଏୟାର୍‌ଷ୍ଟ୍ରାଇକ୍‌ କରିଛି ଏବଂ ପାଲେଷ୍ଟାଇନ ଏନକ୍ଲେଭ୍‌ରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି କଷ୍ଟ ଦେଇଛି। କାରଣ ହମାସ୍‌ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲର ଯୁଦ୍ଧରେ ହଜାର ହଜାର ଲୋକ ଆହତ ହେବା ସହ ବିସ୍ଥାପିତ ମଧ୍ୟ ହୋଇଛନ୍ତି। ଏଥିରୁ ମୁକୁଳିବା ପାଇଁ ଲୋକେ ସଂଘର୍ଷ ଜାରି ରଖିଛନ୍ତି।

Share