ରାଉରକେଲା ଅଫିସ,୨୨।୩: ଉଦ୍ଘାଟନର ଗୋଟିଏ ଦିନରେ ପରେ ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଭଙ୍ଗାରୁଜା କରାଯାଇଛି। ଫଳରେ ହସ୍ପିଟାଲ ପରିସରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ହସ୍ପିଟାଲରେ କେହି ଡାକ୍ତର, ନର୍ସ ନଥିବାରୁ ସ୍ଥାନୀୟ ଲୋକେ ଏହି ଭଙ୍ଗାରୁଜା କରିଛନ୍ତି। ସିଆଇଟିୟୁ, ସିପିଆଇଏମ କର୍ମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ହସ୍ପିଟାଲ ପରିସରରେ ଧସେଇ ପଶି କମ୍ପ୍ୟୁଟର, ଚେୟାର, ଟେବୁଲ ଭଙ୍ଗାରୁଜା କରିଥିଲେ।
ସୂଚନାଯୋଗ୍ୟ, ରବିବାର ଏହି ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକାର୍ପିତ କରିଥିବାବେଳେ ସୋମବାର ତାକୁ ଭଙ୍ଗାରୁଜା କରାଯାଇଛି।