ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଲୋକପ୍ରିୟ ରାପର ହନି ସିଂ

ବମ୍ବେ: ୨୦ ବର୍ଷର ବୈବାହିକ ସମ୍ପର୍କ। ତଥାପି ତୁଟିଲା ସମ୍ପର୍କ। ସ୍ତ୍ରୀଙ୍କ ଠାରୁ ଅଲଗା ହୋଇଛନ୍ତି ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ରାପର ୟୋ ୟୋ ହନି ସିଂ। ଦିଲ୍ଲୀ ସାକେତ ପାରିବାରିକ ଅଦାଲତର ନିଷ୍ପତ୍ତି ପରେ ସେ ସ୍ତ୍ରୀ ଶାଳିନୀ ତଲଓ୍ବାରଙ୍କଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି। ଏକ କୋଟି ଟଙ୍କା ବୁଝାବଣାରେ ଏହି ଛାଡ଼ପତ୍ର ହୋଇଛି। ତେବେ ଆସନ୍ତା ୨୦ ମାର୍ଚ୍ଚ ୨୦୨୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏଥିରେ ଶାଳିନୀଙ୍କ ଅନ୍ୟ ଆବେଦନଗୁଡିକ ଉପରେ ବିଚାର ହେବ।

ଦୀର୍ଘଦିନ ଧରି ହନି ସିଂହ ଓ ପତ୍ନୀ ଶାଳିନୀଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ବିବାଦ ଲାଗି ରହିଥିଲା। ଉଭୟ ପରସ୍ପର ଉପରେ ଦୋଷ ଲଦାଲଦି ହେବା ସହ ବହୁ ଅଭିଯୋଗ ଆଣିଥିଲେ। ୨୦୨୧ରେ ହନିଙ୍କ ନାମରେ ଘରୋଇ ହିଂସା ନେଇ ସେ ଅଭିଯୋଗ କରିଥିଲେ। ହନି ତାଙ୍କୁ ଶାରିରୀକ ଏବଂ ମାନସିକ ଶୋଷଣ କରୁଥିବା ସେ କହିଥିଲେ। ଏହାପରେ କଥା ଛାଡପତ୍ର ଯାଏଁ ଯାଇଥିଲା। ଶୁକ୍ରବାର ଏହି ମାମଲାର ଶୁଣାଣି କରି କୋର୍ଟ ୧ କୋଟି ଟଙ୍କା ବୁଝାମଣାରେ ଛାଡପତ୍ର କରାଇଥିଲେ।

Share