ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଠିକ୍‌ ସେହିପରି ବିଭିନ୍ନ ଯୋଗ ଅଭ୍ୟାସ ଶାରୀରିକ ରୋଗ ସହିତ ଅନେକ ମାନସିକ ସମସ୍ୟାକୁ ମଧ୍ୟ ଠିକ୍‌ କରିବାରେ ସାହାଯ୍ୟ କରିଥାଏ। ଅନେକ ଦଶନ୍ଧି ଧରି ଲୋକମାନେ ବିଭିନ୍ନ ଯୋଗ ଅଭ୍ୟାସ କରି ଆସୁଛନ୍ତି। ମାତ୍ର ଗତ କିଛି ବର୍ଷ ମଧ୍ୟରେ ଯୋଗ ଲୋକମାନଙ୍କ ମଧ୍ୟରେ ବେଶ୍‌ ଆଦୃତ ହୋଇଛି।
ଯୋଗ ବ୍ୟକ୍ତିର ଉଭୟ ଶାରୀରିକ ଓ ମାନସିକ ସ୍ଥିରତା ବଢ଼ାଇବାରେ ସାହାଯ୍ୟ କରାଇଥାଏ। ବର୍ତ୍ତମାନର ଆଧୁନିକ ଚିକିତ୍ସା ଯୁଗରେ ଯୋଗର ଅନେକ ଗୁରୁତ୍ୱ ରହିଛି। ଏହାର ବିଭିନ୍ନ କାରଣ ମଧ୍ୟ ରହିଛି। ଗତ କିଛି ବର୍ଷ ମଧ୍ୟରେ ଆମମାନଙ୍କର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଯଦିଓ ବର୍ତ୍ତମାନର ଆଧୁନିକ ସମାଜରେ ଜୀବନଶୈଳୀ ଦ୍ରୁତ ହୋଇଛି, କିନ୍ତୁ ଆମମାନଙ୍କର ଶାରୀରିକ ପରିଶ୍ରମ କମିଛି। ଲୋକମାନଙ୍କର ସାମାଜିକ ସ୍ତରରେ ମିଳାମିଶା କମିଛି। ଭାରତୀୟ ସମାଜରେ ଯୌଥ ପରିବାରର ଚଳଣି କମିଛି। ଛୋଟ ପରିବାର ଯୋଗୁ ଲୋକମାନେ ନିଜ ମନର ଭାବନା ଅନ୍ୟମାନଙ୍କ ସହିତ ଆଦାନ ପ୍ରଦାନ କରିପାରୁନାହାନ୍ତି। ମନୁଷ୍ୟ ଏକ ସାମାଜିକ ପ୍ରାଣୀ ହେଲେ ମଧ୍ୟ ବର୍ତ୍ତମାନ ସେ ପୂର୍ବ ପରି ସାମାଜିକ ସ୍ତରରେ ସେଭଳି ମିଳାମିଶା କରି ପାରୁ ନାହିଁ। ସ୍ମାର୍ଟ ଫୋନ୍‌, କମ୍ପ୍ୟୁଟର ଓ ସୋସିଆଲ ମିଡିଆରେ ବ୍ୟକ୍ତି ବେଶି ବ୍ୟସ୍ତ ରହୁଛି, ଯାହାଫଳରେ ଆଜିକାଲି ମାନସିକ ଚାପ, ଅନିଦ୍ରା ଓ ବିଭିନ୍ନ ମାନସିକ ସମସ୍ୟା ବୃଦ୍ଧି ପାଉଛି।
ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ଯେ, ଯୋଗ ଅଭ୍ୟାସ ଦ୍ୱାରା ଅନେକ ପ୍ରକାରର ମାନସିକ ସମସ୍ୟାର ଚିକିତ୍ସାରେ ଅନେକ ସୁଫଳ ମିଳୁଛି। ନିୟମିତ ଯୋଗ ଦ୍ୱାରା ମାନସିକ ଚାପ ଅନେକ ପରିମାଣରେ ହ୍ରାସ ପାଉଛି। ଯୋଗ କରିବା ଦ୍ୱାରା ଆମ ଶରୀରରେ ଷ୍ଟ୍ରେସ ହରମୋନର ମାତ୍ରା କମୁଛି ଓ ଆମ ମସ୍ତିଷ୍କ ପାଇଁ କେତେକ ଉପାଦେୟ ରାସାୟନିକ ପଦାର୍ଥ (ଏଣ୍ଡରଫିନ)ର ମାତ୍ରା ବୃଦ୍ଧି ପାଉଛି। ଯାହାଦ୍ୱାରା ଆମର ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି। ଆମ ମନର କେତେକ ସମସ୍ୟା ଯଥା ଅବସାଦ (ଡିପ୍ରେସନ), ମାନସିକ ଉଦ୍‌ବେଗ (ଆଙ୍ଗଜାଇଟି) ରୋଗର ଲକ୍ଷଣ କମୁଛି। ନିୟମିତ ଯୋଗ କରିବା ଦ୍ୱାରା ମନ ସ୍ଥିର ଓ ଶାନ୍ତ ହେବା ସହ ମାନସିକ ଉତ୍ତେଜନା କମିଥାଏ। ଛୋଟ ପିଲାଙ୍କଠାରୁ ଆରମ୍ଭକରି ବୟସ୍କ ଲୋକମାନେ ନିୟମିତ ଯୋଗ କଲେ ସେମାନଙ୍କର ମନର ଏକାଗ୍ରତା ବଢ଼ିଥାଏ, ଯାହାଦ୍ୱାରା ସେମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ଏଥିସହିତ ଯୋଗାଭ୍ୟାସ ଯୋଗୁ ନିଜ ମନ ଉପରେ ନିୟନ୍ତ୍ରଣ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ। କିଛି ଗବେଷଣାରୁ ଜଣାପଡିଛି, ଯେଉଁ ବ୍ୟକ୍ତିମାନେ ବିଭିନ୍ନ ନିଶାଦ୍ରବ୍ୟ ସେବନ କରୁଛନ୍ତି, ସେମାନେ ଚିକିତ୍ସା ସହିତ ଯଦି ଯୋଗାଭ୍ୟାସ କରନ୍ତି ତେବେ ସେମାନଙ୍କର ନିଶାଦ୍ରବ୍ୟ ସେବନର ମାତ୍ରା ଅନେକ ପରିମାଣରେ କମି ଯାଇଥାଏ। ବିଭିନ୍ନ ଦୀର୍ଘ ସ୍ଥାୟୀ ମାନସିକ ରୋଗ ମୁଖ୍ୟତଃ ସିଜୋଫ୍ରେନିଆ ରୋଗ ଦ୍ୱାରା ଆକ୍ରାନ୍ତ ରୋଗୀମାନେ ଠିକ୍‌ ଚିକିତ୍ସା ସହିତ ନିୟମିତ ଯୋଗାଭ୍ୟାସ କଲେ ସେମାନଙ୍କର ଜୀବନଶୈଳୀରେ ଅନେକ ଉନ୍ନତି ଆସୁଛି। ବିଭିନ୍ନ ନିଦ୍ରା ଜନିତ ସମସ୍ୟା ଯଥା ଅନିଦ୍ରା ରୋଗ ଶାରୀରିକ ବ୍ୟାୟାମ ସହିତ ଯୋଗ ଅଭ୍ୟାସ ଦ୍ୱାରା ଅନେକ ମାତ୍ରାରେ ଭଲ ହୋଇ ପାରୁଛି। ଅନେକ ବୟସ୍କ ଲୋକ ଯେଉଁମାନେ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସା ଗ୍ରହଣ କରୁଛନ୍ତି, ସେମାନେ ଯେତେବେଳେ ନିଜର ଶାରୀରିକ ଅକ୍ଷମତା କାରଣରୁ ବ୍ୟାୟାମ କରି ପାରୁ ନାହାନ୍ତି ସେତେବେଳେ ସେମାନେ ଘରେ ବସି ଯୋଗ କରିବା ଦ୍ୱାରା ଅନେକ ଉପକୃତ ହେଉଛନ୍ତି।

ଡା. ସତ୍ୟକାମ ମହାପାତ୍ର

-ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ : ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଲୁଣ-ହୀରା-ବ୍ରାଗ୍‌ ନିୟମ

କ୍ଷୁଦ୍ରାତି କ୍ଷୁଦ୍ର ଅଣୁ-ପରମାଣୁକୁ ନେଇ ପଦାର୍ଥ ଗଠିତ ହୋଇଥାଏ। ସବୁ ପଦାର୍ଥରେ ନ ହେଲେ ବି କେତେକ ପଦାର୍ଥ ଭିତରେ ସେହି ଅଣୁ-ପରମାଣୁଗୁଡ଼ିକ ସୁନ୍ଦର ଭାବରେ...

ଫିଟ୍‌ ରହିବା ପାଇଁ…

ବର୍ତ୍ତମାନ ଯୁବାବସ୍ଥାରୁ ଅନେକଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଫିଟ୍‌ ଏବଂ ଏନର୍ଜେଟିକ୍‌ ରହିବା ବୟସରେ ଏପରି ସମସ୍ୟା ଦେଖା ଦେବାର ମୁଖ୍ୟ କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri