Categories: ଜାତୀୟ

ଯୋଗ କରି ଗିନିଜ ରେକର୍ଡ

ଗାନ୍ଧୀନଗର,୨୧।୬: ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପାଳନ ହେଉଛି। ଯୋଗ ଦିବସ। ବୁଧବାର ସବୁଠି ଯୋଗ ଦିବସ ପାଳନ କରାଯାଉଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ଦିବସ ଅପସରରେ ଗୁଜୁରାଟର ସୁରଟରେ ୧.୨୫ଲକ୍ଷ ଲୋକ ଏକାଠି ଯୋଗ କରି ଗିନିଜ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରଶାସନିକ ତରଫରୁ ଅନେକ ପ୍ରସ୍ତୁତି କରାଯାଇଥିଲା। ଯୋଗ ମାଧ୍ୟମରେ ସୁରଟର ଲୋକମାନେ ‘ଫିଟ ଇଣ୍ଡିଆ’ର ବାର୍ତ୍ତା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ଯୋଗ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଦର୍ଶନାବେନ ଜରଦୋଶ, ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି, ସାଂସଦ ସିଆର୍‌ ପାଟିଲ, ଯୋଗ ବୋର୍ଡର ସଭାପତି ଶିଶୁପାଲ ରାଜପୁତ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଯୁବକ, ଶିଶୁ, ମହିଳା ଏବଂ ବୟସ୍କମାନେ ୧୨କିଲୋମିଟର ଲମ୍ବା ରାସ୍ତାରେ ଏକାଠି ଯୋଗ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ୧୨୫ଟି ବ୍ଲକ ସୃଷ୍ଟି କରାଯାଇଥିଲା। ଯୋଗ ଦିବସ ଅବସରରେ ଗିନିଜ ବୁକ୍‌ ଅଫ ରେକର୍ଡର ୨୫୦୦ଜଣିଆ ଟିମ୍‌ ସୁରଟକୁ ଆସିଥିଲେ।

Share