ବାଣୀବିହାରରେ ପୁଣି ଆରମ୍ଭ ହେବ ଯୋଗ ବିଭାଗ

ଭୁବନେଶ୍ୱର,୨୧।୬: ଜୁନ ୨୧ରେ କେବଳ ଆମ ରାଜ୍ୟରେ ନୁହେଁ ସାରା ଦେଶରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ତେବେ ଏନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ବାଣୀବିହାରରେ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ଯୋଗ ବିଭାଗ । କୌଣସି କାରଣ ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଛି ଏହି ବିଭାଗ । ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଥିବାରୁ ପୁଣିଥରେ ବାଣୀବିହାରରେ ଯୋଗ ବିଭାଗ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଖୁବଶୀଘ୍ର ନିଷ୍ପତ୍ତିି ନିଆଯିବ ବୋଲି କହିଛନ୍ତି ସୂରଜ ।

Share