Categories: ଜାତୀୟ

ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ଯୋଗଗୁରୁ

ଅଯୋଧ୍ୟା,୪।୮: ଯୋଗଗୁରୁ ବାବା ରାମଦେବ ଭୂମି ପୂଜନରେ ସାମିଲ ହେବା ପାଇଁ ମଙ୍ଗଳବାର ଆଯୋଧ୍ୟାରେ ପହଞ୍ଚିଛନ୍ତି। ଆଯୋଧ୍ୟା ପହଞ୍ଚିବା ପରେ ପତଞ୍ଜଳି ଯୋଗପୀଠର କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ବାବା ରାମଦେବ ସର୍ବ ପ୍ରଥମେ ହନୁମାନଗଡ଼ି ପରିସରକୁ ଗସ୍ତ କରିଛନ୍ତି। କାରଣ ଏଠାରେ ସମସ୍ତ ଅତିଥିଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ରାମ ମନ୍ଦିର ଭୂମି ପୂଜନ ପାଇଁ ରାମଦେବଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ନିମନ୍ତ୍ରଣ ରକ୍ଷା କରି ମଙ୍ଗଳବାର ସେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ବୁଧବାର ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିବେ। ଏଥିପାଇଁ ଆଜିଠୁ ଅଯୋଧ୍ୟା ଉତ୍ସବମୁଖରିତ ହୋଇପଡ଼ିଛି। ରଙ୍ଗ ବେରଙ୍ଗରେ ରଙ୍ଗେଇ ହୋଇଛି ରାମନଗରୀ।

Share