ବାବା ରାମଦେବଙ୍କ ଟାର୍ଗେଟରେ ବଲିଉଡ ଷ୍ଟାର

ମୁମ୍ବାଇ,୧୬ ।୧୦: ଯୋଗ ଗୁରୁ ବାବା ରାମଦେବ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ନିଶା ମୁକ୍ତି ଭାରତ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିଲେ । ଏହି ସମୟରେ ତାଙ୍କ ଟାର୍ଗେଟକୁ ଆସିଥିଲେ ବଲିଉଡ ଭାଇଜାନ ସଲମାନ ଖାଁ ଓ ବଲିଉଡ ବାଦଶାହା ଶାହାରୁଖ ଖାଁ । ବାବା ରାମଦେବ ଏମାନଙ୍କ ଉପରେ ଡ୍ରଗ୍ସ ବ୍ୟବହାର କରୁଥିବା ଅଭିଯୋଗ କରିବା ସହ ଏକ ବିବାଦୀୟ ବୟାନ ବି ଦେଇଛନ୍ତି ।
ଏହାସହ ବାବା ରାମଦେବ ଇସଲାମରେ ମଦ ଆମର ବୋଲି କହି ଜିନ୍ନାଙ୍କ ୁବି ଟାର୍ଗେଟ କରିଥିଲେ । ବାବା କହିଥିଲେ ଏବେ ଆମର କର୍ତ୍ତବ୍ୟ କେହିବି ବି ସିଗାରେଟ ଅବା ମଦ ବ୍ୟବହାର କରିବା କଥା ନୁହେଁ । ଆର୍ଯ୍ୟ ସମାଜ ଯାହା କରିଛି ଆମେ ସମସ୍ତେ ତାହା କରିବା ଉଚିତ । ଯଦି ସମ୍ପୂର୍ଣ୍ଣ ଦେଶ ନିଶା ମୁକ୍ତ ହୋଇଯିବ ତେବେ ମହର୍ଷି ଦୟାନନ୍ଦଙ୍କ ସ୍ୱପ୍ନ ପୂରଣ ହୋଇଯିବ । ଏହା ଆଇନ ପ୍ରଣୟନ କଲେ ସମ୍ଭବ ହେବ ନାହିଁ, ଏହା ସମ୍ଭବ ହେବ ଲୋକମାନେ ନିଜେ ଚିନ୍ତା କଲେ ।

Share