ଯୋଗ କରିବା ଦ୍ୱାରା ମଣିଷ ଶରୀର ଫିଟ୍ ରହିଥାଏ। ସାଧାରଣତଃ ଲୋକମାନେ ଘରେ କିମ୍ବା ପଡିଆରେ ଯୋଗ କରୁଥିବା ନଜିର ରହିଛି। ମାତ୍ର ସମୁଦ୍ର ମଝିରେ ଜଣେ ଯୁବକ ଯୋଗ କରୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ସମୁଦ୍ର ମଝିରେ ଜଣେ ଯୁବକ ଶଫରିନ ଉପରେ ବସି ଯୋଗ କରୁଛନ୍ତି। ଉକ୍ତ ଯୁବକ ଜଣକ ଧଳା ହ୍ୟାପ ପ୍ୟାଣ୍ଟ ପିନ୍ଧିଥିବାବେଳେ ଶଫରିନ ଉପରେ ଚକାପକାଇ ବସିଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ଆଇଏଫଏସ୍ ସୁଶାନ୍ତ ନନ୍ଦ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ସମୁଦ୍ର ମଝିରେ ଯୋଗ। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Yoga in the mid sea ☺️ pic.twitter.com/0UThwvlwnG
— Susanta Nanda (@susantananda3) August 8, 2020