ନୂଆଦିଲ୍ଲୀ,୨୯।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀ ନିର୍ମାଣଧୀନ ଟନେଲରୁ ଉଦ୍ଧାର ହୋଇଛନ୍ତି ୪୧ଶ୍ରମିକ। ୪୧ଶ୍ରମିକଙ୍କୁ ବାହାର କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସେମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏହି ସମୟରେ ଜଣେ ଶ୍ରମିକ କହିଛନ୍ତି, ନିଜ ମନୋବଳ ଓ ଧର୍ଯ୍ୟ ବଢାଇବା ପାଇଁ ସେ ପ୍ରତିଦିନ ଯୋଗ କରୁଥିଲେ। ଏଥିସହ ସେମାନେ ସୁଡଙ୍ଗ ଭିତରେ ଚଲାବୁଲା ମଧ୍ୟ କରୁଥିଲେ।
ସେହିପରି ଆଉ ଜଣେ ଶ୍ରମିକ କହିଛନ୍ତି, ସରକାର ଯଦି ବିଦେଶରେ ଫଶିଥିବା ଶ୍ରମିକଙ୍କୁ ଉଦ୍ଧାର କରି ପାରୁଛନ୍ତି ଆମକୁ ମଧ୍ୟ ଉଦ୍ଧାର କରି ପାରିବେ। ଏଥିପାଇଁ ଆମକୁ କୌଣସି ଚିନ୍ତା ନ ଥିଲା।