ଯୋଗ ଶରୀରକୁ ନିରୋଗ ରଖେ: ମନ୍ତ୍ରୀ

ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶୁକ୍ରବାର ସାରା ବିଶ୍ୱରେ ପାଳିତ ହେଉଛି ୧୦ତମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ପରିପ୍ରେକ୍ଷୀରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିସି ହାଟ ଓ ଗୋପାଳପୁର ଏନ୍‌ଏସିରେ ଯୋଗ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟରେ ରାଜ୍ୟ ବାଣିଜ୍ୟ ପରିବହନ ଓ ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସକାଳେ କନିସି ହାଟ ବାଲାଜୀ ବିଦ୍ୟାପୀଠ ଖେଳପଡ଼ିଆରେ ମନ୍ତ୍ରୀ ଜେନା କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗ କରିଥିଲେ। ଯୋଗ କଲେ ସୁସ୍ଥ ରହିବା ସହ ନିରୋଗ ରହିବ। ସମସ୍ତେ ପ୍ରତ୍ୟେକ ଦିନ ସକାଳେ ଯୋଗ କରିବା ପାଇଁ ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମହିଳା ଗୋଷ୍ଠୀ, ଅଙ୍ଗନଓ୍ବାଡ଼ି କର୍ମୀ ଛାତ୍ରୀଛାତ୍ର ଓ ସାଧାରଣ ଲୋକ ସାମିଲ ହୋଇଥିଲେ। ପରେ ଗୋପାଳପୁର ଏନ୍‌ଏସି ବେଳାଭୂମି ଯୋଗ କାର୍ଯ୍ୟକ୍ରମରେ ମଧ୍ୟ ମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ରଙ୍ଗେଇଲୁଣ୍ଡାରେ ବି.ଅଂଶୁମାନ ମହାପାତ୍ର, କନିସି ତହସିଲଦାର ପ୍ରଳୟନନ୍ଦ ଶତପଥୀ, ସିଡିପିଓ ଜ୍ୟୋତ୍ସ୍ନା ପାଢ଼ୀ, ସହକାରୀ ଯନ୍ତ୍ରୀ ପଞ୍ଚାନନ ପ୍ରଧାନ, ସମୀର ପଟ୍ଟନାୟକ, ବନଜା ନାୟକ, ଯଯାତି ପାତ୍ର,ରୂପକ ରଞ୍ଜନ ସାମନ୍ତରାୟ,ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖ ସାମିଲ ହୋଇ ଯୋଗ କରିଥିଲେ।