‘ଉତ୍ତମ ଶରୀର ଗଠନରେ ଯୋଗ ମାଧ୍ୟମ’

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ସାରା ବିଶ୍ୱରେ ଆଜିର ଦିନରେ ଯୋଗ ଦିବସ ପାଳନ ହେଉଥିବା ବେଳେ ଗଞ୍ଜାମ ସହର ତହସିଲ କାର୍ଯ୍ୟାଳୟସ୍ଥିତ ଇଣ୍ଡୋର ଷ୍ଟାଡିଅମଠାରେ ଯୋଗ ଦିବସ ପାଳନ କରାଯାଇଛି। ବିଡିଓ ବସନ୍ତ ମଲିକ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ,ମଲାଡ଼ ସରପଞ୍ଚ ମମତା ବେହେରା,ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ହିସାବ ରକ୍ଷକ ଦୀପ୍ତିରଞ୍ଜନ ପୃଷ୍ଟି, ସିଏମ୍‌ଏମ୍‌ ଭାଗ୍ୟଶ୍ରୀ ନାୟକ, ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କାମଧେନୁ ସେବା ସମିତି ସମ୍ପାଦକ ଟୁନା ମହାରଣା ଉପସ୍ଥିତ ରହି ଏସ୍‌ଏଚ୍‌ଜି, ଅଙ୍ଗନଓ୍ବାଡି କର୍ମୀ, ବ୍ଲକ, ତହସିଲ, ଏନ୍‌ଏସି କର୍ମଚାରୀମାନଙ୍କୁ ଯୋଗାଭ୍ୟାସ କରାଇଥିଲେ। ନିରୋଗ ତଥା ଉତ୍ତମ ଶରୀର ଗଠନ ନିମନ୍ତେ ଯୋଗ ହେଉଛି ମାଧ୍ୟମ ଏବଂ ଯୋଗାଭ୍ୟାସ ହିଁ ପ୍ରକୃତ ଔଷଧ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ବ୍ଲକ ସମ୍ପ୍ରସାରଣ ଅଧିକାରୀ ଅପର୍ଣ୍ଣା ଅଭିଲିପ୍ସା, ବ୍ରଜ କିଶୋର ବେହେରା ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ।