Categories: ଜାତୀୟ

ଯୋଗୀଙ୍କ ଦ୍ୱିତୀୟ ଇଂନିସ୍‌ର ଆରମ୍ଭ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଲକ୍ଷ୍ନୌର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଯୋଗୀଙ୍କ ୨.୦ଇଂନିସ ଆରମ୍ଭ ହୋଇଛି। ଶୁକ୍ରବାର ଅପରାହ୍ନ ୪ଟା ୧୫ରେ  ରାଜ୍ୟପାଳ ଆନନ୍ଦୀବେନ ପଟେଲ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ଯୋଗୀଙ୍କ ସମେତ ୨ଜଣ ଉପମୁଖ୍ୟମନ୍ତ୍ରୀ, ୧୬ କ୍ୟାବିନେଟ ମନ୍ତ୍ରୀ, ୧୪ ରାଜ୍ୟ ମନ୍ତ୍ରୀ ଓ ୨୦ ରାଜ୍ୟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏହି ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ସମେତ ଅନେକ ବରିଷ୍ଠ କର୍ମକର୍ତ୍ତା, ୧୨ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ଦୀର୍ଘ ୩୫ବର୍ଷ ପରେ ୟୁପିରେ କୌଣସି ଏକ ଦଳକୁ ଦ୍ୱିତୀୟ ଥର ବହୁମତ ମିଳିଛି। ଯାହା ଭାଜପା ପକ୍ଷେ ଏକ ବଡ଼ ଇତିହାସ ରଚାଯାଇଛି।

Share