Categories: ଜାତୀୟ

୩୭ ବର୍ଷ ପରେ ଭାଜପାକୁ ଦ୍ୱିତୀୟ ଥର ବିଜୟୀ କରି ଇତିହାସ ରଚିଲେ ଯୋଗୀ

ଲକ୍ଷ୍ନୌ,୧୧ ।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନୂଆ ଇତିହାସ ଲେଖିଛନ୍ତି । ଦୀର୍ଘ ୩୭ ବର୍ଷ ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଉତ୍ତର ପ୍ରଦେଶରେ ଲଗାତାର ଦ୍ୱିତୀୟ ଥର ଶାସନ କ୍ଷମତା ଦେଇ ଇତିହାସ ସୃଷ୍ଟି କରିଛନ୍ତି । ୩୭ ବର୍ଷ ପୂର୍ବେ କଂଗ୍ରେସ ବହୁମତ ସହ ଶାସନ କ୍ଷମତା ପାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଧାରିତ ୫ ବର୍ଷ କାର୍ଯ୍ୟକାଳ ପୂରଣ କରି ପୁଣିଥରେ ଭାଜପାକୁ ଶାସନ କ୍ଷମତାକୁ ଫେରାଇ ଆଣି ଦଳକୁ ଏକ ଐତିହାସିକ ଉପହାର ଦେଇଛନ୍ତି । ରାଜନୀତି ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ଏହି ଅନୁଭୂତି ଡା. ସମ୍ପୁର୍ଣ୍ଣାନନ୍ଦ, ଚନ୍ଦ୍ରଭାନୁ ଗୁପ୍ତା, ହୈମବତୀ ନନ୍ଦନ ବହୁଗୁଣା, ନାରାୟଣ ଦତ୍ତ ତିୱାରୀ, ମୁଲାୟମ ସିଂ ଯାଦବ ଓ ମାୟାବତୀ ବି ହାସଲ କରି ନାହାନ୍ତି । ୟୁପିର ରାଜନୈତିକ ଇତିହାସକୁ ଦେଖିଲେ ରାଜ୍ୟରେ ୧୮୫୧-୫୨ ପରେ ଡା. ସମ୍ପୁର୍ଣ୍ଣାନନ୍ଦ, ଚନ୍ଦ୍ରଭାନୁ ଗୁପ୍ତା, ହୈମବତୀ ନନ୍ଦନ ବହୁଗୁଣା, ନାରାୟଣ ଦତ୍ତ ତିୱାରୀ, ମୁଲାୟମ ସିଂ ଯାଦବ ଓ ମାୟାବତୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସତ ହେଲେ ଏମାନଙ୍କୁ ଏହି ସୁଯୋଗ ଅଲଗା ଅଲଗା ବିଧାନସଭା ନିର୍ବାଚନରେ ମିଳିଛି ।

Share