୧୫ରେ ଯୋଗୀ ନେବେ ଶପଥ

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତରେ ସଂଖ୍ୟାଗରିଷ୍ଠତାରେ ଭାଜପା ବିଜୟୀ ହେବା ପରେ ଏବେ ମନ୍ତ୍ରିମଣ୍ଡଳର ଶପଥ ଉତ୍ସବକୁ ନେଇ ଚର୍ଚ୍ଚା ଜୋର ଧରିଛି। ହୋଲି ପୂର୍ବରୁ କ୍ଷମତାକୁ ଫେରିଥିବା ନୂତନ ଭାଜପା ସରକାର ଶପଥ ଗ୍ରହଣ କରିପାରନ୍ତି। ଯୋଗୀ ଆଦିତ୍ୟନାଥ ଅନ୍ୟ କ୍ୟାବିନେଟ ସହକର୍ମୀଙ୍କ ସହ ହୋଲି ପର୍ବର ଠିକ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୧୫ରେ ଶପଥ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ଏହି ଶପଥ ଗ୍ରହଣ ସମାରୋହ ବହୁ ଆଡ଼ମ୍ବରରେ ଆୟୋଜିତ ହେବାର ସମ୍ଭାବନା ରହିଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତାମାନେ ସାମିଲ ହେବେ। ତେବେ ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହାର ଏକ ଅଂଶ ହୋଇପାରନ୍ତି ବୋଲି ସୂଚନା ରହିଛି।

Share