Categories: ଜାତୀୟ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି ଯୋଗୀ

ଲକ୍ଷ୍ନୋ,୨୬।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳ ରବିବାର ସନ୍ଧ୍ୟାରେ ସମ୍ପ୍ରସାରଣ ହେବ। ଏନେଇ ରାଜ୍ୟପାଳ ଆନନ୍ଦିବେନ ପଟେଲ ଲକ୍ଷୋ୍ନରେ ପହଞ୍ଚି ସାରିଛନ୍ତି। ପ୍ରାୟ ୭ରୁ ୮ ଜଣ ମନ୍ତ୍ରୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ ହୋଇପାରନ୍ତି ବୋଲି ଜଣାପଡଛି। ୨୦୨୨ ନିର୍ବାଚନକୁ ଦୃଷ୍ଟିରେ ରଖି ନୂତନ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି। ଏନେଇ କୌଣସି ପୁରୁଣା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରାଯିବ ନାହିଁ। ଜାତି ଏବଂ ଆଞ୍ଚଳିକ ସମୀକରଣକୁ ସନ୍ତୁଳିତ କରିବା ପାଇଁ ରାଜ୍ୟ ଭାଜପା ସରକାର ମନ୍ତ୍ରିମଣ୍ଡଳରେ ନୂତନ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଚର୍ଚ୍ଚା ହେଉଛି। ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାମେ ସଂଗୀତା ବିନ୍ଦ, ଜିତିନ ପ୍ରସାଦ, ଛତ୍ରପାଲ ଗଙ୍ଗୱାର, ପଲତୁରାମ, ଦୀନେଶ ଖତିକ ଏବଂ କ୍ରିଷ୍ଣା ପାଶୱାନ ଶପଥ ଗ୍ରହଣ କରିପାରନ୍ତି।

Share