Categories: ଜାତୀୟ

ଏଣିକି ମାଫିଆ କାହାକୁ ଭୟଭୀତ କରାଇପାରିବେ ନାହିଁ: ଯୋଗୀ

ଲକ୍ଷ୍ନୌ,୧୮।୪: ଅତିିକ୍‌ ଅହମ୍ମଦଙ୍କ ହତ୍ୟା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ପ୍ରଥମ ଥର ପାଇଁ ଏକ ପ୍ରାୟାଗରାଜର ସାଧାରଣ କାର୍ଯ୍ୟକ୍ରମରେ ନଜର ଆସିଛନ୍ତି। ଏହି ସମୟରେ ସେ ହତ୍ୟାକାଣ୍ଡ ପରେ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ମାଫିଆ କାହାକୁ ଭୟଭୀତ କରିପାରିବେ ନାହିଁ। ୨୦୧୭ ପୂର୍ବରୁ ୟୁପିରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ଖରାପ ଥିଲା। କିନ୍ତୁ ବର୍ତ୍ତମାନ ମାଫିଆ କାହାକୁ ଭୟଭୀତ କରିପାରିବେ ନାହିଁ। ଏବେ ରାଜ୍ୟର କୌଣସି ଜିଲାରେ ଦଙ୍ଗା ହେଉନାହିଁ। ଆମ ସରକାର ୟୁପି ଦଙ୍ଗା ମୁକ୍ତ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଆଇନର ରାଜ ଚାଲିଛି। ଏଣିକି ମାଫିଆମାନେ କାହାକୁ ଧମକ ଦେଇପାରିବେ ନାହିଁ। ୬ବର୍ଷରେ କୌଣସି କର୍ଫ୍ୟୁ ଲାଗୁ କରାଯାଇନାହିଁ। ପୂର୍ବରୁ ରାଜ୍ୟରେ ଦୈନନ୍ଦିନ ଦଙ୍ଗା ହେଉଥିଲା ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

Share