ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ପୁଣି ଥରେ ଯୋଗୀ ସରକାର ଶାସନ କରିବେ। ଗୁରୁବାର ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ଯୋଗୀ ଆଦିତ୍ୟନାଥଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ସହ-ପର୍ଯ୍ୟବେକ୍ଷକ ରଘୁବର ଦାସଙ୍କ ଉପସ୍ଥିତିରେ ସର୍ବସମ୍ମତିରେ ଯୋଗୀଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ଭାଜପାର ବରିଷ୍ଠ ନେତା ସୁରେଶ ଖନ୍ନା ଯୋଗୀଙ୍କ ନାମକୁ ପ୍ରସ୍ତାବ ରଖିଥିଲେ। ଏହାପରେ ସମସ୍ତ ବିଧାୟକ ନିଜର ସମର୍ଥନ ଜଣାଇଥିଲେ। ତେବେ ଉତ୍ତରପ୍ରଦେଶରେ ଇତିହାସ ରଚି ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।