Categories: ଜାତୀୟ

ରାହୁଲଙ୍କ ଯାତ୍ରାକୁ ୟୁପିରେ ରହିବାକୁ ମିଳିଲାନି ଅନୁମତି, ଏବେ କ୍ଷେତରେ ଟେଣ୍ଟ ଲଗାଇ କାଟିବେ ରାତି

ଲକ୍ଷ୍ନୌ,୧୫।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶନିବାର ଉତ୍ତରପ୍ରଦେଶ ଭଦୋହିକୁ ଆସୁଛି। ତାଙ୍କ କନଭେକୁ ପୂର୍ବ ନିର୍ଦ୍ଧାରିତ ବିଶ୍ରାମ ସ୍ଥାନରେ ରହିବାକୁ ପ୍ରଶାସନଠାରୁ ଅନୁମତି ପାଇନାହିଁ। ବର୍ତ୍ତମାନ ସେ ମୁନ୍ସି ଲାଟପୁରରେ ଅବସ୍ଥିତ ଏକ କ୍ଷେତରେ ରହିବେ।

ଜିଲା କଂଗ୍ରେସ ସଭାପତି ରାଜେନ୍ଦ୍ର କୁମାର ଦୁବେ ଗୁରୁବାର କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବାହାରି ଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଫେବୃଆରୀ ୧୭ରେ ରାତିରେ ଜିଲାର ଜ୍ଞାନପୁର ଅଞ୍ଚଳରେ ଅବସ୍ଥିତ ବିଭୂତି ନାରାୟଣ ଇଣ୍ଟର କଲେଜ ପରିସରରେ ରହିବାର ଥିଲା। ହେଲେ ଜିଲା ପ୍ରଶାସନ ଏଥିପାଇଁ ଅନୁମତି ଦେଇନାହାଁନ୍ତି।

ଅତିରିକ୍ତ ପୋଲିସ ଅଧୀକ୍ଷକ ରାଜେଶ ଭାରତୀ କହିଛନ୍ତି, ବିଭୂତି ନାରାୟଣ ଇଣ୍ଟର କଲେଜକୁ ପୋଲିସ ନିଯୁକ୍ତି ପରୀକ୍ଷା ପାଇଁ କେନ୍ଦ୍ର କରାଯାଇଛି। ୧୭ ଏବଂ ୧୮ ଫେବୃଆରୀରେ ଉଭୟ ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଯାତ୍ରାକୁ ପରିସରରେ ରହିବାକୁ ଅନୁମତି ଦିଆଯାଇନାହିଁ।

Share