ଲକ୍ଷ୍ନୌ,୫ ।୩: ଇଲେକ୍ଟ୍ରିକ ଗାଡ଼ି କ୍ରୟକୁ ପ୍ରୋତ୍ସାହନ ଦେବାକୁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ୩ ବର୍ଷ ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଗାଡ଼ି କ୍ରୟ ଉପରେ ରୋଡ ଟ୍ୟାକ୍ସ ଓ ରେଜିଷ୍ଟ୍ରେଶନ ଶୁଳ୍କ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ରାଜ୍ୟ ସରକାର ଏକ ବୟାନରେ ଏହା କହିଛନ୍ତି ।
ସରକାରଙ୍କ ଅନୁଯାୟୀ, ୩ ବର୍ଷର ଗଣନା ୧୪ ଅକ୍ଟୋବର ୨୦୨୨ରୁ କରାଯିବ । କେବଳ ସେତିକି ନୁହେଁ ଯଦି କୌଣସି ବ୍ୟକ୍ତି ରାଜ୍ୟରେ ନିର୍ମିତ ଇଲେକ୍ଟ୍ରିକ ଗାଡ଼ି କ୍ରୟ କରିବେ ତେବେ ତାଙ୍କୁ ୩ ବର୍ଷ ନୁହେଁ ବରଂ ୫ ବର୍ଷ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ସରକାରଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ସମସ୍ତ ଜିଲାର ଆରଟିଓକୁ ତତ୍କାଳ ପ୍ରଭାବ ପାଇଁ ନିର୍ଦ୍ଦେଶ ସୁନିଶ୍ଚିତ କରିବାକୁ କୁହାଯାଇଛି ।