Categories: ଜାତୀୟ

ମେଜର ଧ୍ୟାନଚାନ୍ଦଙ୍କ ନାଁରେ ହେବ କ୍ରୀଡା ବିଶ୍ୱବିଦ୍ୟାଳୟ

ଲକ୍ଷ୍ନୌ.୧୯ ।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ନିରଜ ଚୋପ୍ରାଙ୍କୁ ସର୍ବାଧିକ ୨ କୋଟି ଟଙ୍କା ପୁରସ୍କାର ରାଶି ଦେଇଛନ୍ତି । ସେହିପରି ପୁରୁଷ ହକି ଦଳର ପ୍ରତି ସଦସ୍ୟଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି କି ରାଜ୍ୟ ସରକାର ମିରଠରେ ମେଜର ଧ୍ୟନଚାନ୍ଦଙ୍କ ନାଁରେ ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ଖୋଲିବେ । ଏହାସହ ରାଜ୍ୟ ୨ଟି ଖେଳକୁ ପୋଷ୍ୟଭାବେ ଗ୍ରହଣ କରିଛି । ଯାହାପାଇଁ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଅର୍ଥ ଘୋଷଣା କରାଯିବ ।

Share