ଡେରାଡୁନ,୪।୫: ଦୀର୍ଘ ୨୮ ବର୍ଷ ପରେ ନିଜ ପୈତୃକ ଘରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି ସେ। ଯାହାର ଫଟୋ ମୁଖ୍ୟମନ୍ତ୍ରୀ ଟୁଇଟ୍ରରେ ଶେୟାର କରିଛନ୍ତି। ଏଥିସହ ନିଜ ଘରେ ରାତି ଯାପନ ମଧ୍ୟ କରିଥିବା ଜଣାପଡିଛି।
ଯୋଗୀ ନିଜ ପୈତୃକ ୫ ବର୍ଷ ପରେ ଗାଁରେ ପହଞ୍ଚିଥିବା ବେଳେ ୨୮ ବର୍ଷ ପରେ ନିଜ ଘରେ ପାଦ ଦେଇଛନ୍ତି। ଏହା ପୂର୍ବରୁ ଉତ୍ତରାଖଣ୍ଡ ନିର୍ବାଚନ ସମୟରେ ପ୍ରଚାର ନିମନ୍ତେ ସେ ନିଜ ଗାଁକୁ ଯାଇଥିଲେ, ହେଲେ ଘରକୁ ଯାଇ ନ ଥିଲେ। କରୋନା ସମୟରେ ଯୋଗୀଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ବେଳେ ସେ ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନ ଥିଲେ। ଏହାପରେ ସେ ହରିଦ୍ୱାର ଅଭିମୁଖେ ଯାତ୍ରା କରିବେ ବୋଲି ଜଣାଯାଇଛି।