Categories: ଜାତୀୟ

ଅଖିଳେଶ, ମାୟାବତୀଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କଲେ ଯୋଗୀ

ଲକ୍ଷ୍ନୌ,୨୫ ।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ଲାଗି ଶପଥ ନେବାକୁ ଯାଉଛନ୍ତି । ଏହି ଶପଥଗ୍ରହଣ ଉତ୍ସବ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏଥିରେ କେବଳ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ନୁହେଁ ବରଂ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିବା ଜଣାପଡିଛି । ଯୋଗୀ ଆଦିତ୍ୟନାଥ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ମାୟାବତୀଙ୍କୁ ଫୋନ କରି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଛନ୍ତି । ଏହା ପୂର୍ବରୁ ଅଖିଳେଶ ଯାଦବ କହିଥିଲେ ମୁଁ ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବି ନାହିଁ, କାରଣ ମୋତେ ନିମନ୍ତ୍ରଣ କରାଯିବ ନାହିଁ । ହେଲେ ଏବେ ଯୋଗୀଙ୍କ ନିମନ୍ତ୍ରଣ ରକ୍ଷା କରି ଅଖିଳେଶ ଆସୁଛନ୍ତି କି ନା ତାହା ଦେଖିବା କଥା ।
ସୁଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସନ୍ଧ୍ୟା ୪ଟାରେ ଅଟଳ ବିହାରୀ ବାଜପେୟୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ ଏକ ଭବ୍ୟ ସମାରୋହରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ଲାଗି ଶପଥ ଗ୍ରହଣ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

Share