Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କଲେ ନୀତୀଶ

ଲକ୍ଷ୍ନୌ,୨୬ ।୩: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ସମାରୋହ ଐତିହାସିକ ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବଲିଉଡ ଜଗତର କଳାକର, ସାଧୁସନ୍ଥ, ବିରୋଧି ଦଳ ନେତା ଓ ଭାରତୀୟ ଜନତା ପାର୍ଟି(ଭାଜପା)ର ବହୁ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବି ସେଠାରେ ପହଞ୍ଚିଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଚ ଉପରେ ପହଞ୍ଚିବା ପରେ ନୀତୀଶ ପହଞ୍ଚିଥିଲେ । ଆଉ ମଞ୍ଚରେ ମାଦିଙ୍କୁ ଦେଖି ନୀତୀଶ ତାଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ ଜଣାଇଥିଲେ । ଏହି ସମୟର କିଛି ଫଟୋ ଏବେ ଆରଜେଡି ଭାଇରାଲ କରିବା ସହ ଏମିତି ଏକ ପରିସ୍ଥିତିରୁ ମଜା ନେଉଛି । ଆରଜେଡି ନୀତୀଶଙ୍କ ମୁଣ୍ଡ ନୁଆଇଁବା ଫଟୋ ସୋସିଆଲ ମିଡିଆରେ ଶେୟାର କରି କମେଣ୍ଟ କରିଛି । କେବଳ ସତିକି ନୁହେଁ ୨୦୧୩ରେ ନୀତୀଶ କୁମାର କହିଥିଲେ ମରିବି ପଛେ ଭାଜପା ସହ କେବେ ହାତ ମିଳାଇବି ନାହିଁ ଏହାର ଭିଡିଓ ବି ଫଟୋ ସହ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଏହାସହ ଆରଜେଡି ଲେଖିଛି ଆଗକୁ ଯଦି ନୀତୀଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରନ୍ତି ତେବେ କେହି ଆଶ୍ଚର୍ଯ୍ୟ ହେବେ ନାହିଁ ।

Share