Categories: ଜାତୀୟ

ହାଥରସ ଗଣବଳାତ୍କାର ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ତଦନ୍ତ କରିବ ସିବିଆଇ। ଏ ନେଇ ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେବା ସହ ରାଜନୈତିକ ଦଳର ଚାପ ପଡିବାରୁ ଶେଷରେ ସରକାର ସିବିଆଇକୁ ତଦନ୍ତ ଭାର ପ୍ରଦାନ କରିଛନ୍ତି। ଅପରପକ୍ଷେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ।

Share